ବାଲେଶ୍ୱର: ମାଛ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । ପ୍ରାୟ ୫ ଫୁଟର କୁମ୍ଭୀରକୁ ଉଦ୍ଧାର କଲେ ସ୍ଥାନୀୟ ମତ୍ସ୍ୟଜୀବ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରୂପଖଣ୍ଡ ଗାଁରେ ଥିବା ଏକ ନାଳରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି ।
ଆରୁହାବାଡ ଗାଁର କିଛି ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ଜାଲ ବିଛାଇଥିଲେ । ଏଥିରେ କୁମ୍ଭୀରଟି ପଡିଯାଇଥିଲା । ଏହାର ଲମ୍ବ ପ୍ରାୟ ୫ ଫୁଟ ହେବ । କୁମ୍ଭୀରକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ଗାଁ ଲୋକ । ବନ ବିଭାଗ କର୍ମଚାରୀ କୁମ୍ଭୀରକୁ ଉଦ୍ଧାର କରିଥିଲେ । କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ ହୋଇଛିଲା ।
Comments are closed.