Latest Odisha News

BREAKING NEWS

ଓଡ଼ିଶାରେ ଚଳିତବର୍ଷ ୬୪ ନକ୍ସଲ ନିପାତ କରିଛି ବିଏସ୍ଏଫ୍

ଭୁବନେଶ୍ୱର : ଆସନ୍ତାକାଲି ସୀମା ସୁରକ୍ଷା ବଳ ବା ବିଏସଏଫ୍ ପ୍ରତିଷ୍ଠା ଦିବସ । ଆଜିକୁ ୫୭ ବର୍ଷ ଧରି ସୀମା ସୁରକ୍ଷା କରିଆସୁଛି ବିଏସଏଫ୍ । ଯାହାକୁ ବିଏସଏଫ୍ ପକ୍ଷରୁ ‘ରେଜିଙ୍ଗ ଡେ’ ଭାବେ ପାଳନ କରାଯାଉଛି । ଓଡ଼ିଶାରେ ୨୦୧୦ରୁ ବିଏସଏଫ୍ କର୍ତ୍ତବ୍ୟରତ । ୨୦୦୪ରେ କୋରାପୁଟ ମୋଟୁ ଥାନା ନକ୍ସଲ ଆକ୍ରମଣ ପରଠୁ ଏପର୍ଯ୍ୟନ୍ତ ବିଏସଏଫ୍ ଆଣ୍ଟି-ନକ୍ଲଲ ଅପରେସନରେ ସାମିଲ ହୋଇଛି ।

ମାଓପ୍ରବଣ ମାଲକାନଗିରି, କୋରାପୁଟ, ରାୟଗଡା ଓ ନବରଙ୍ଗପୁରରେ ବିଏସଏଫ୍ ମୁତୟନ ହୋଇଛି । ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱ ବହନ କରିଛି ବିଏସଏଫ୍ । ଏସବୁ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକୁ ବିଏସଏଫ୍ ତଦାରଖରେ ସମ୍ପାଦନ କରାଯାଉଛି । ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ବିଏସଏଫ୍ ସହାୟତା ବିନା ସମ୍ଭବ ହୋଇନଥାନ୍ତା ।

ମାଲକାନଗିରିରେ ବିଏସଏଫ୍ ୨୦୨୨ରେ ୬୪ ନକ୍ସଲଙ୍କୁ ନିପାତ କରିଛି । ୩ ଜଣ ନକ୍ସଲ ଧରାପଡିଛନ୍ତି । ୬୨୯ ଜଣ କୁଖ୍ୟାତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ୨୦୨୨ରେ ୩୦ଟି ଆଇଡିକୁ ଠାବ କରି ନଷ୍ଟ କରାଯାଇଛି ବୋଲି ବିଏସଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।

୧୯୬୫ ଏପ୍ରିଲ ୯ ତାରିଖରେ ପାକିସ୍ତାନ ସେନା ଭାରତୀୟ ସୀମାରେ ଆକ୍ରମଣ କରିଥିଲା । ଏହାପରେ  ଭାରତୀୟ ସୀମା ସୁରକ୍ଷା ଉଦ୍ଦେଶ୍ୟରେ ୧ ଡିସେମ୍ୱର, ୧୯୬୫ ତତ୍କାଳୀନ ଭାରତ ସରକାର ବିଏସଏଫ୍ ପ୍ରତିଷ୍ଠା କରିଥିଲେ । ‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟ’ ଲକ୍ଷ୍ୟରେ ବିଏସଏଫ୍ ସୀମାରେଖାରେ ମୁତୟନ ହୋଇଛି । ଭାରତ ଓ ପାକିସ୍ତାନ, ଭାରତ ଓ ବାଂଲାଦେଶ ସୀମା ସହିତ ବିଏସଏଫ୍ ଆଭ୍ୟନ୍ତରୀଣ ସୁରକ୍ଷାରେ ମଧ୍ୟ ନିୟୋଜିତ ହୋଇଥାନ୍ତି ।

Leave A Reply

Your email address will not be published.