Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ୫ କାଉଡ଼ିଆଙ୍କର ମୃତ୍ୟୁ, ୫ ଗୁରୁତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲିଚୌହାନ ଗାଁରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ୱାରରୁ ଗଙ୍ଗା ନଦୀରୁ ପାଣି ନେଇ ଗାଡ଼ିରେ ଆସୁଥିଲେ। ଏହି ସମୟରେ ସେମାନଙ୍କ ଗାଡ଼ି ରାଲିଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଡିପଡିଥିଲା। ଆଉ ବିଦ୍ୟୁତ ଆଘାତରେ କାଉଡିଆମାନେ ଜଳିଯାଇଥିଲେ। ବିଦ୍ୟୁତ୍ ଆଘାତରେ ଜଣେ କାଉଡ଼ିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ୪ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ୫ ଗୁରୁତରଙ୍କୁ ପୃଥକ ପୃଥକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏହି ଘଟଣାର ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଓ କାଉଡିଆମାନେ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପଟେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ସ୍ଥାନୀୟରେ ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତ ବିଦ୍ୟୁତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

Leave A Reply

Your email address will not be published.