Latest Odisha News

BREAKING NEWS

ଛତିଶଗଡ଼ରେ ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୫ ଶ୍ରମିକଙ୍କର ମୃତ୍ୟୁ

ରାୟପୁର: ଛତିଶଗଡର ମହାସମୁନ୍ଦ ଜିଲ୍ଲାରେ ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଆଜି ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଜିଲ୍ଲାର ଗଢଫୁଲଝର ଗ୍ରାମରେ ଏକ ଇଟାଭାଟି ଉପରେ ଶୋଇଥିବାବେଳେ ପାଞ୍ଚ ଜଣ ଶ୍ରମିକଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ମଙ୍ଗଳବାର ରାତିରେ ଇଟା ତିଆରି କରି ଇଟାଭାଟିରେ ଏହି ୬ ଜଣ ଶୋଇଥିଲେ । ଯେତେବେଳେ ଅନ୍ୟ ଶ୍ରମିକମାନେ ବୁଧବାର ସକାଳେ ସେମାନଙ୍କୁ ଉଠାଇଥିଲେ, ସେମାନେ ଉଠି ନଥିଲେ। ପରେ ଶ୍ରମିକମାନେ ଅନ୍ୟ ଗ୍ରାମବାସୀ ଏବଂ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ କହିଛି ଯେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚଜଣ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା । ଅନ୍ୟ ଜଣେ ଅସୁସ୍ଥ ଶ୍ରମିକଙ୍କୁ ଡାକ୍ତରଖାନାକୁ ପଠାଯାଇଛି। ମୃତକମାନେ ହେଉଛନ୍ତି ଗଙ୍ଗାରାମ ବିସି, ଦଶରଥ ବିସି, ସୋନାଚନ୍ଦ ଭୋଇ, ବରୁଣ ବରିହା ଏବଂ ଜନକ ରାମ ବରିହା । ଏହି ସମସ୍ତ ଶ୍ରମିକମାନେ ଗଢଫୁଲଝାର ଗାଁର ବାସିନ୍ଦା ହୋଇଥିବାବେଳେ ଏହି ଘଟଣା ଯୋଗୁଁ ସମଗ୍ର ଗାଁରେ ଶୋକର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.