Latest Odisha News

BREAKING NEWS

ରାଜ୍ୟରେ ଆଉ ୫ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ କୁ ବୃଦ୍ଧି

ଭୁବନେଶ୍ବର: ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମଧ୍ୟ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଆଜି ମଧ୍ୟ ରାଜ୍ୟରେ ଆଉ ୫ ନୂଆ ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି ।

ଏହାକୁ ନେଇ ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ଡାକ୍ତରଖାନ ପ୍ରସ୍ତୁତ ରହିଛି । ଯେଉଁ ଡାକ୍ତରଖାନାରେ ନୂଆ CDMO ଓ ନୂଆ ଡାକ୍ତର ନିଯୁକ୍ତି ପାଇଛନ୍ତି ସେମାନେ କିପରି ଏହାର ପ୍ରସ୍ତୁତ କରିବେ ସେଥିପାଇଁ SOP ଜାରି ହୋଇଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ବାରଣ କରିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।

ସେ କହିଛନ୍ତି, କୋଭିଡ ଟେଷ୍ଟିଂ ବଢ଼ିଛି, ବର୍ତ୍ତମାନ ରାଜ୍ୟରେ ଯେଉଁ ଆକ୍ଟିଭ ପେସେଣ୍ଟ ଅଛନ୍ତି, ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି। ତେଣୁ ଆତଙ୍କିତ ହେବାର ନାହିଁ । ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି । ତେବେ କୋଭିଡ ପାଇଁ ମେଡିକାଲରେ ଆଡମିଟ୍ ହେବା ବହୁତ କମ । ଆଗକୁ ଏହାବେସି ବ୍ୟାପିବ କି ନାହିଁ ବର୍ତ୍ତମାନ ତାହା କହିହେଉନାହିଁ, ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍ ରହିଛି ।

Leave A Reply

Your email address will not be published.