Latest Odisha News

BREAKING NEWS

ଛତିଶଗଡ଼ରେ ବର୍ଷା ସମ୍ଭାବନା: ଖୋଲିଲା ହୀରାକୁଦର ଆଉ ୫ ଗେଟ

ସମ୍ବଲପୁର: ଛତିଶଗଡ଼ରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାକୁ ଥିବା ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରେ ଆଜି ଆଉ ୫ଟି ଗେଟ ଖୋଲାଯାଇଛି। ଏହାକୁ ମିଶାଇ ହୀରାକୁଦରେ ମୋଟ ୭ ଟି ଗେଟ ଖୋଲାଯାଇଛି ।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୨.୦୬ ଫୁଟରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରାୟ ୨୯ ହଜାର ୮୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ୧ ଲକ୍ଷ ୧୭ ହଜାର ୬୦୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଉପରମୁଣ୍ଡରେ ୧୩.୬୫ ଏମଏମ, ତଳମୁଣ୍ଡରେ ୨୪.୩୪ ବର୍ଷା ରେକର୍ଡ ହୋଇଛି। ଜଳଭଣ୍ଡାରର ବେଲଗାଁରେ ୧୨ ହଜାର କ୍ୟୁସେକ, ପଥର୍ଲା ୨୩ ହଜାର ୫୫୮ କ୍ୟୁସେକ, ଖଇରମାଲରେ ୭୬ହଜାର କ୍ୟୁସେକ, ବାରମୁଳରେ ୭୦ ହଜାର କ୍ୟୁସେକ ଏବଂ ମୁଣ୍ଡଳୀରେ ୯୭ ହଜାର ୮୦୦ କ୍ୟୁସେକ ପାଣି ପ୍ରବାହିତ ହେଉଛି।

ବୁର୍ଲା ପାୱାର ହାଉସରେ ୭୯.୯୫୮ ମେଗାୱାଟ, ଚିପିଲିମା ପାୱାର ହାଉସରୁ ୫୦.୭୫୦ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି।

Leave A Reply

Your email address will not be published.