Latest Odisha News

BREAKING NEWS

ଆନ୍ଧ୍ର-ଓଡିଶା ସୀମାରେ ଗୁଳି ବିନିମୟ, ୫ ନକ୍ସଲ ନିହତ

ବିଶାଖାପାଟଣା: ଓଡିଶା-ଆନ୍ଧ୍ର ସୀମା ଠାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ରବିବାର ଦିନ ହୋଇଥିବା ଗୁଳି ବିନିମୟରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଗୁମ୍ମିରେଭୁଲା ଜଙ୍ଗଲରେ ଆଣ୍ଟି ନକ୍ସଲି ସ୍କ୍ୱାଡ ଗ୍ରେହାଉଣ୍ଡ ଓ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍ ବେଳେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ନିହତ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ନେଇ ଜଣାପଡିଛି ।

ଏହି ଘଟଣା ପରେ ସେମାନଙ୍କ ନିକଟରୁ ଏସଏଲ୍ ରାଇଫଲ୍ ଓ ୨ଟି ୩୦୩ ରାଇଫଲ୍ ଜବତ କରାଯାଇଥିବା ନେଇ ବିଶାଖାପାଟଣା ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି ।

 

 

 

Leave A Reply

Your email address will not be published.