Latest Odisha News

ବିଜେପୁର ଲଢେଇ: ପ୍ରାର୍ଥୀ ଚୟନ ପାଇଁ ଅଣ୍ଟା ଭିଡ଼ିଲେଣି ତିନି ଦଳ

ଭୁବନେଶ୍ୱର: ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେପୁରରେ ପ୍ରାର୍ଥୀ ଚୟନ ନେଇ ତିନି ଦଳରେ ଆରମ୍ଭ ହୋଇଛି କସରତ ।

ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ନବୀନ ନିବାସରେ ବିଜେଡି ବୈଠକ ବସିବାକୁ ଯାଉଥିବା ବେଳେ ବିଜେପି ଖୁବଶୀଘ୍ର କେନ୍ଦ୍ରୀୟ କମିଟିକୁ ତିନିଜଣଙ୍କ ନାମ ସୁପାରିସ୍ କରିବ । ଏପଟେ କଂଗ୍ରେସ ଆସନ୍ତା ୨୪ ତାରିଖରେ ବିଜେପୁର ପାଇଁ ଗଠିତ କମିଟିର ବୈଠକ ଡାକିଥିବା ନେଇ ସୂଚନା ମିଳିଛି ।

ବିଜେପୁରରେ ବନ୍ଧୁତ୍ୱପୂର୍ଣ୍ଣ ନୁହେଁ ବରଂ ଜୋରଦାର ଲଢ଼େଇ ହେବ । କିଏ ପ୍ରାର୍ଥୀ ହେବ , କିଏ କିଏ ଦାୟିତ୍ବରେ ରହିବେ, ଷ୍ଟାର ପ୍ରାଚାରକ କେଉଁମାନେ ରହିବେ । ସେନେଇ ଆଲୋଚନା ପାଇଁ ବୈଠକ ଡାକୁଛନ୍ତି ତିନି ଦଳ ।

ସୋମବାର ବିଜେଡି ସୁପ୍ରିମୋଙ୍କ ସହିତ ବିଜେପୁର ନିର୍ବାଚନ ସମନ୍ବୟ କମିଟିର ବୈଠକ ବସିବ । ବୈଠକ ପରେ ନବୀନ ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀ ନାମ ଘୋଷଣା କରିବେ ବୋଲି ଶୁଣିବାକୁ ମିଳୁଛି ।

ବିଜେଡି ବିଜେପି ଭିତରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇକୁ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା । ଖୁବଶୀଘ୍ର ଏଥିପାଇଁ ବୈଠକ ବସି ରଣନୀତି ଚୂଡାନ୍ତ ହେବ। ତିନି ଜଣିଆ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ କମିଟିକୁ ପଠାଯିବ। କେନ୍ଦ୍ରୀୟ କମିଟି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସ୍ପଷ୍ଟ କରିଛନ୍ତି ବସନ୍ତ ।

ବିଜେଡି ବିଜେପି ମିଶିଛନ୍ତି କହି କଂଗ୍ରେସ ତାର ପୁରୁଣା ଗଡ ବିଜେପୁରକୁ ଦଖଲ ଉଦ୍ୟମ କରୁଛି କଂଗ୍ରେସ । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବିଜେପୁର କମିଟି ପ୍ରାର୍ଥୀ ସ୍ଥିର କରିବା ସହିତ ରଣନୀତି ମଧ୍ୟ ସ୍ଥିର କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.