Latest Odisha News

BREAKING NEWS

ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ତାମିଲନାଡ଼ୁ : ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରବାରରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ୨ ଟି ବସ୍‌, ୨ଟି ଟ୍ରକ୍‌ ସମେତ ୨ଟି କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ କାର୍‌ରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତକମାନେ ଗୋଟିଏ ପରିବାରର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କାର୍‌ରୁ ସମସ୍ତ ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଛି  ।

Leave A Reply

Your email address will not be published.