ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ବେକାବୁ । ମାଡ଼ି ମାଡ଼ି ଚାଲିଥିବା ବେଳେ ମୁକାବିଲା ପାଇଁ କୋଭଡ୍ କଟକଣାକୁ କଡ଼ାକଡ଼ି କରିବା ସହ ଜନସଚେତନତାକୁ ଗୁରୁତ୍ୱ ଦେଉଛି ଜିଲ୍ଲା ପ୍ରଶାସନ । ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ପଞ୍ଚ ସୂତ୍ରୀ ନିୟମ ଜାରି କରାଯାଇଛି ।
ଦୋକାନ ଆଗରେ ଡବଲ୍ ବ୍ୟାରିକେଡ କରିବେ । ଦୋକାନୀ ଓ କର୍ମଚାରୀ ମାସ୍କ ପିନ୍ଧିବେ । ଏହାସହ ନୋ ମାସ୍କ, ନୋ ଗୁଡ୍ସ ଅର୍ଥାତ ମାସ୍କ ନାହିଁ ତ ଜିନିଷ ନାହିଁ ଲେଖାଥିବା ବୋର୍ଡ ଦୋକାନ ଆଗରେ ଲଗାଇବାକୁ ହେବ ।
ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବେ । ଏଥିପାଇଁ ଦୋକାନ ଆଗରେ ଗ୍ରାହକଙ୍କ ପାଇଁ ଦୁଇ ମିଟର ଦୂରତାରେ ସର୍କଲ କରିବେ ଦୋକାନୀ । ସବୁ ଦୋକାନରେ ରହିବ ସାନିଟାଇଜର କିମ୍ୱା ହ୍ୟାଣ୍ଡ ଓ୍ୱାସ୍ ବ୍ୟବସ୍ଥା । ଏଥିସହ ଗ୍ରାହକଙ୍କ ତଥ୍ୟ ରଖିବେ ଦୋକାନୀ ।
5 point strategy for shopkeepers: PANCHASUTRA
1. Double barricades in front of shops.
2. Use of mask&No mask no goods
3. Circlefor customers to ensure social distancing
4. Ensure sanitizers/hand wash
5. Contact diary for all customers @CMO_Odisha @HFWOdisha @SRC_Odisha— Collector & District Magistrate, Ganjam (@Ganjam_Admin) July 26, 2020
ନିୟମର ଉଲ୍ଲଂଘନ କଲେ ଦୋକାନୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ । ଏତଲା ସହ ମାସେ ଯାଏଁ ଦୋକାନ ବନ୍ଦ ରହିବ ବୋଲି ଚେତେଇ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ପାଖାପାଖି ୯ ହଜାର କରୋନା ସଂକ୍ରମିତଙ୍କ ସଂଖ୍ୟା ।
Comments are closed.