Latest Odisha News

BREAKING NEWS

୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୋଲିସ ଦ୍ୱାରା ବିପୁଳ ପରିମାଣ ରେ ଗଞ୍ଜେଇ ଜବତ l ସୋନପୁର – ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକ ଠାରେ  ଟ୍ରକରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ ।

ଏକ ମାଲବାହୀ ଟ୍ରକ ଯୋଗେ ପଡୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ସୋନପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ପିଛା କରିଥିଲା l ଗାଡିକୁ ଅଟକ ରଖି ତନାଘନା କରିଥିବାବେଳେ ଗଞ୍ଜେଇ ଥିବା ଜାଣି ଥିଲା l ଏହାପରେ ପୋଲିସ ଗାଡିରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଛି l ପ୍ରାୟ ୫ କୁଇଣ୍ଟାଲ ଗଞ୍ଜାଇ ଜବତ ହୋଇଥିବା ବେଳେ ଏହାର ଅନୁମାନିକ ମୁଲ୍ୟ ୨୦ ଲକ୍ଷରୁ ଅଧିକ ହେବ l

 

Leave A Reply

Your email address will not be published.