Latest Odisha News

BREAKING NEWS

ଶ୍ରୀନଗରରେ ଏନକାଉଣ୍ଟର, ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ହୋଇଛି । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ କୁଲଗାମ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିôବା ନେଇ ସୁରକ୍ଷାକର୍ମୀମାନଙ୍କୁ କୌଣସି ସୁତ୍ରରୁ ଜଣାପଡିଥିଲା । ଏହାପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିଚାଳନା ହୋଇଥିଲା ।

ତେବେ ଏହି ଗୁଳିଚାଳନା ସମୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ପାଖାପାଖି ୫ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ପରବର୍ତ୍ତି ସମୟରେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବାରମୂଳା-କାଜିଗୁଣ୍ଡ ଟ୍ରେନକୁ ବାତିଲ କରାଯିବା ସହ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦଆଯାଇଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ମିଳିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.