Latest Odisha News

BREAKING NEWS

ଖୋର୍ଦ୍ଧା: ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ନାମକ ଏକ ଗାଁ ପୋଖରୀରେ ବୁଡି ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି ।

ମୃତ ନାବାଳିକା ଦୁଇଜଣ ସେହି ଗାଁର ଆଲିଶା ବେହେରା ଓ ଶ୍ରାବଣୀ ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ନାବାଳିକା ଦ୍ୱୟ ନିଜ ଜେଜେମାଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାବେଳେ ଅଚାନକ ସେମାନଙ୍କ ଗୋଡ ଖସିଯାଇଥିଲା ଫଳରେ ସେମାନେ ଗଭୀର ଜଳ ଭିତରକୁ ବୁଡି ଯାଇଥିଲେ ।

ଅନ୍ୟପକ୍ଷରେ ଗ୍ରାମବାସୀମାନେ ସଙ୍ଗେସଙ୍ଗେ ଦୁଇଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ନାବାଳିକା ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ନେଇ କହିଥିଲେ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.