Latest Odisha News

BREAKING NEWS

ଗଞ୍ଜେଇ ମାମଲାରେ ବିକ୍ରମ ଦେବ କଲେଜର ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ

କୋରାପୁଟ: ଜୟପୁର ସହରରୁ ୫ ଜଣଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ। ଗଞ୍ଜେଇ ମାମଲାରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୫ ଛାତ୍ରଙ୍କୁ କର୍ଣ୍ଣାଟକର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାତି ଅଧିଆ ଉଠାଇ ନେଇଥିବା ସୂଚନା ମିଳିଛି। ଘଟଣାକୁ ସ୍ପଷ୍ଟ କଲେ ଜୟପୁର ଟାଉନ ଥାନା ଅଧିକାରୀ।

କର୍ଣ୍ଣାଟକର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ୧୫ଜଣ ସଦସ୍ୟ ଆସି ଜୟପୁରରୁ ଏମାନଙ୍କୁ ଉଠାଇ ନେଲେ। ଅଭିଯୁକ୍ତ ଛାତ୍ରମାନେ ହେଲେ ହିମାଂଶୁ ଶେଖର ନାୟକ, ରାଜା ମଣ୍ଡଳ, ଶିବ ଦତ୍ତ, କେ. ଅମର ନାଥ ଓ ସୋହମ। ଏମାନଙ୍କୁ ଜୟପୁରର ପାରାବେଡାରୁ ଉଠାଇନେଲା ଏନ୍‌ସିବି। ସୂଚନା ଅନୁସାରେ ଏମାନେ ଏକ ଭଡା ଘରେ ରହି ପାଠ ପଢା ବାହାନାରେ ରହି ଗଞ୍ଜେଇ କାରବାର କରୁଥିବା ପୋଲିସ ତରଫରୁ ସୂଚନା ମିଳିଛି।

Leave A Reply

Your email address will not be published.