Latest Odisha News

BREAKING NEWS

କୋହଲି, ଆୟାରଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୯୮ ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ଓ ଶ୍ରେୟାଶ ଆୟାରଙ୍କ ଚମତ୍କାର ଶତକ ବଳରେ ଭାରତ ୩୯୮ ରନର ବିଶାଳ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି ।  ବିଶ୍ୱକପ କ୍ରିକେଟର ନକଆଉଟ ପର୍ଯ୍ୟାୟରେ ଭାରତ ସର୍ବାଧିକ ସ୍କୋର କରିବା ଗୌରବ ଅର୍ଜନ କରିଛି । ଏହା ପୂର୍ବରୁ ୨୦୧୫ରେ କ୍ୱାର୍ଟରଫାଇନାଲରେ ନ୍ୟୁଜିଲାଣ୍ଡ ୩୯୩ ରନ ୱେଷ୍ଟଇଣ୍ଡିଜ ବିପକ୍ଷରେ ସଂଗ୍ରହ କରିଥିଲା । ଟସ ଜିତି ଟିମ ଇଣ୍ଡିଆ ଅଧିନାୟକ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ରୋହିତ ଓ ଶୁଭମନ ଗିଲ ପ୍ରଥମ ୱିକେଟରେ ୮.୨ ଓଭରରେ ୭୧ ରନ ସଂଗ୍ରହ କରିଥିଲେ । ରୋହିତ ୨୯ ବଲରୁ ୪୭ ରନ ସଂଗ୍ରହ କରି ଆଉଟ ହୋଇଥିଲେ ।

ଏହା ପରେ ଗିଲ ଓ ବିରାଟ କୋହଲି ଦ୍ୱିତୀୟ ୱିକେଟରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦଳର ସ୍କୋର ୧୬୪ ହୋଇଥିବା ବେଳେ ଗିଲ ବ୍ୟକ୍ତିଗତ ଭାବେ ୭୯ରନ କରି ରିଟାୟରହର୍ଟ ହୋଇଥିଲେ । ଶ୍ରେୟାଶ ଆୟାର ଓ କୋହଲି ନ୍ୟୁଜିଲାଣ୍ଡ ବୋଲରଙ୍କୁ ଆଉ କୌଣସି ସୁଯୋଗ ନ ଦେଇ ଦଳର ସ୍କୋର ବଢ଼ାଇ ଚାଲିଥିଲେ । କୋହଲି ୧୧୩ ବଲରେ ୧୧୭ ରନ କରି ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡ ଭଙ୍ଗ କରିଥିଲେ । ଉଭୟ ୧୬୩ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।

ଆୟାର ୭୦ ବଲରେ ୧୦୫ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଶେଷ ଭାଗରେ କେଏଲ ରାହୁଲ ଦ୍ରୁତ ୩୯ ରନ କରି ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସୌଥି ସବୁଠାରୁ ସଫଳ ବୋଲର ଭାବେ ୩ଟି ଏବଂ ଟ୍ରେଂଟ ବୋଲ୍ଟ ଗୋଟିଏ ୱିକେଟ ନେଇଥିଲେ । ଗତ ସଂସ୍କରଣର ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ ସେମିରୁ ବିଦାୟ ନେଇଥିଲା । ଏଥର ଏହାର ମଧୂର ପ୍ରତିଶୋଧ ଲକ୍ଷ୍ୟରେ ଟିମ ଇଣ୍ଡିଆ ରହିଛି ।

Leave A Reply

Your email address will not be published.