ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଘାତକ କରୋନାଭାଇରସ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଅଣାୟତ୍ତ ହୋଇପଡିଥିବା ଏହି ମହାମାରୀକୁ ରୋକିବା ପାଇଁ ବହୁତ ପ୍ରୟାସ ଚାଲିଛି । ଏହାକୁ ରୋକିବା ପାଇଁ କେବଳ ଏହି ୫ଟି ଉପାୟ ଜରୁରୀ । ଏହାକୁ କଡାକଡି ଭାବେ ପାଳନ କଲେ ଏହା ମଣିଷ ପାଇଁ ବିପଦ ହେବନି ।
ବାରମ୍ବାର ଯାଞ୍ଚ କରନ୍ତୁ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ମୁତାବକ ଏହି ମହାମାରୀର ପ୍ରସାରକୁ ରୋକିବା ଦିଗରେ ସର୍ବପ୍ରଥମେ ମୁଖ୍ୟ କାରକ ହେଉଛି ଏହାର ଆରମ୍ଭକୁ ଚିହ୍ନଟ କରିବା । ରୋଗର ଲକ୍ଷଣରେ କିଛି ଆଶଙ୍କା ହେଉଥିଲେ ବାରମ୍ବାର ପରୀକ୍ଷା କରାନ୍ତୁ ।
ପ୍ରସ୍ତୁତି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ: ବଡ ସ୍ତରରେ ସଂକ୍ରମଣ ବ୍ୟାପିବା ପୂର୍ବରୁ ତୁରନ୍ତ ଏହାର ବେଗ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରମୁଖ ପଦକ୍ଷେପ ନିଅନ୍ତୁ ।
ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ାନ୍ତୁ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବକ, କରୋନାଭାଇରସ ସଂକ୍ରମଣକୁ ରୋକିବା ଦିଗରେ ନିୟମିତ ଭାବେ ହାତ ଧୋଇବା ଓ ସ୍ୱଚ୍ଛ ରହିବା ବହୁତ ଜରୁରୀ ପଦକ୍ଷେପ ଅଟେ ।
ସଂକ୍ରମିତ ରୋଗୀଙ୍କୁ ଏକାନ୍ତରେ ରଖିବା: ଏଭଳି କଲେ ମହାମାରୀ ବ୍ୟାପିବା ଉପରେ ଅଙ୍କୁଶ ଲାଗିବ । ଏହା ଦ୍ୱାରା ନୂଆ ମାମଲା ଚିହ୍ନଟ କରିବାରେ ମଧ୍ୟ ସହାୟତା ମିଳେ ।
ସାମାଜିକ ଦୂରତ୍ୱ: କୌଣସି ଭିଡ ସ୍ଥାନରେ ଅଛନ୍ତି, ତେବେ ନିକଟବର୍ତ୍ତୀ ବ୍ୟକ୍ତିଙ୍କ ଠାରୁ ପାଖାପାଖି ୬ ଫୁଟ ଦୂରରେ ରୁହନ୍ତୁ । ଅନ୍ୟ କାହା ଘରକୁ ଯାଆନ୍ତୁ ନାହିଁ , ଉତ୍ସବ ପାଳନ କରନ୍ତୁନି, କାହା ସହିତ ଖେଳନ୍ତୁ ନାହିଁ । ବସ, ମେଟ୍ରୋ ଆଦି ଅଧିକ ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ ।
Comments are closed.