ଢେଙ୍କାନାଳ : ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ଛୁଆ ।ଢେଙ୍କାନାଳରେ ପାଟିରେ ବୋମା ଫୁଟିଥିବା ହାତୀ ଛୁଆ କିଛି ବି ଖାଇ ପାରୁନି । ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତର ହାତୀ ଛୁଆର ଅପରେସନ କରିଥିଲେ । ହେଲେ ହାତୀ ଛୁଆ କିଛି ବି ଖାଉନଥିବାରୁ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛିା
ସୂଚନା ଅନୁସାରେ ଗତ ୧୦ ତାରିଖରେ ହାତୀ ଛୁଆ ଢେଙ୍କାନାଳ ବନଖଣ୍ଡରେ ଦେଖିବାକୁ ମିଳିଥିଲା । ପରେ ୧୭ ତାରିଖରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ମହାବିରୋଡ ବନାଞ୍ଚଳର ଆମ୍ବ ପଳାସ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲ।। ପରେ କପିଳାସ ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟରକୁ ନିଆଯାଇଥିଲା ।
ତେବେ ଜଣାପଡିଥିଲା କି ବମ ଖାଇଥିବା କିମ୍ବା ଫୁଟି ଯାଇଥିବାରୁ ହାତୀର ଅବସ୍ଥା ଗୁରୁତର ହୋଇପଡିଥିଲା । ତା ପାଟି ଭିତର ପୁର। ଛିଡି ଯାଇଥିଲା । ଓୟୁଏଟି ଡାକ୍ତର ଅପରେସନ କରିବା ପରେ ମଧ୍ୟ ହାତୀ ଛୁଆର ର ସ୍ଥିତି ପୂର୍ବପରି । ସେ କିଛି ବି ଖାଉନାହିାଁ ଖାଦ୍ୟ ଖାଇଲେ ହାତୀ ଅବସ୍ଥା ସୁଧାର ଆସିପାରେ ବୋଲି ପଶୁ ଚିକିତ୍ସକ କହିଛନ୍ତି ।
Comments are closed.