Latest Odisha News

BREAKING NEWS

ମାଲକାନଗିରିରେ ପଣ୍ଡ ହେଲା ନକ୍ସଲଙ୍କ ଷଡଯନ୍ତ୍ର, ଲ୍ୟାଣ୍ଡମାଇନ ଜବତ କଲେ ବିଏସଏଫ ଯବାନ

ମାଲକାନଗିରି : ମାଲକାନଗିରିରେ ପଣ୍ଡ ହେଲା ନକ୍ସଲଙ୍କ ଷଡଯନ୍ତ୍ର । ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲଗାଇଥିବା ଲ୍ୟାଣ୍ଡମାଇନକୁ ଜବତ କରିଛନ୍ତି ବିଏସଏଫ ଯବାନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ସଦାରାମ, ସନ୍ୟାସୀଗୁଡା ଓ ତୋଟାଗୁଡା ଗାଁ ନିକଟସ୍ଥ ପାହାଡର ଉପରେ ବିଏସଏଫ ଓ ଏସଓଜି ବାହିନୀ ମିଳିତ ଭାବେ କମ୍ବିଂ ଅପରେସନ କରୁଥିବା ବେଳେ ଏହି ଲ୍ୟାଣ୍ଡମାଇନକୁ ଜବତ କରାଯାଇଛି । ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ଠାବ କରିଥିଲେ ଲ୍ୟାଣ୍ଡମାଇନ୍ । ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ଯାଞ୍ଚ କରାଯିବା ପରେ ଘଟଣାସ୍ଥଳରେ ଲ୍ୟାଣ୍ଡମାଇନ ଲାଗିଥିବା ଜାଣିବାକୁ ପାଇଥିଲେ ଯବାନ । ପରେ ୭ଟି ଲ୍ୟାଣ୍ଡମାଇନ ଜବତ କରିବା ସହ ଏହାକୁ ନିଷ୍କ୍ରିୟ କରିଥିଲେ ବିଏସଏଫ ଯବାନ ।

Comments are closed, but trackbacks and pingbacks are open.