ପୁରୀ : ପୁରୀରେ ପୁଣି ଲଜ୍ଜା । ୫ ବର୍ଷର ଶିଶୁ କନ୍ୟାକୁ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଛି । ପୁରୀ ଟାଉନା ଥାନା ସିଦ୍ଧ ବକୁଳ ଲେନ୍ ଅଞ୍ଚଳରେ ଏପରି ଘଟଣା ଘଟିଛି । ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ଶିଶୁକୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁଟିକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହେଶ ଫେରାର ଅଛି ବୋଲି ପୋଲିସ କହିଛି ।
ସୂଚନା ଅନୁସାରେ ରବିବାର ଅଭିଯୁକ୍ତ ମହେଶ ଶିଶୁ କନ୍ୟା ଘରକୁ ଆସିଥିଲେ । ଶିଶୁଟିକୁ ଛାତ ଉପରକୁ ଡାକିନେଇ ଦୁଷ୍କର୍ମ କରିଥିବା ଶିଶୁର ମା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଶିଶୁଟି ଏସିସିବିରେ ଭର୍ତି ହୋଇଥିବା ବେଳେ ଏସ. ପି କେ ବିଶାଲ ସିଂ ଶିଶୁଟିକୁ ଭେଟିବା ସହ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଭିଯୁକ୍ତ ନାଁରେ ପୋକ୍ସୋ ଆକ୍ଟ ୬ ଅନୁସାରେ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ ।
Comments are closed.