Latest Odisha News

BREAKING NEWS

ସ୍କୁଲ ନିକଟରୁ ମଦ ଦୋକାନ ହଟାଇବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୫ ବର୍ଷର ଛାତ୍ର

ନୂଆଦିଲ୍ଲୀ: କାନପୁରର ଜଣେ ୫ ବର୍ଷ ଛାତ୍ର ତାଙ୍କ ସ୍କୁଲ ନିକଟରେ ଥିବା ମଦ ଦୋକାନ ହଟାଇବା ପାଇଁ  ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଛାତ୍ର ଜଣଙ୍କ ହାଇକୋର୍ଟରେ  ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଫେବୃଆରୀ ୨୩ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟ ଅବକାରୀ ବିଭାଗକୁ ଏନେଇ ଜବାବ ମାଗିଛନ୍ତି । ମାର୍ଚ୍ଚ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସ୍ଥିର କରାଯାଇଛି । ଏଇ ପ୍ରସଙ୍ଗ ଏବେ ସହରରେ ଚର୍ଚ୍ଚା ବିଷୟ ପାଲଟିଛି ।

ଉକ୍ତ ଛାତ୍ରଙ୍କ ନାଁ ଅର୍ଥବ ଦୀକ୍ଷିତ (୫) । ସେ ଆଜାଦ୍ ନଗର ସେଥ୍ ଏମଆର ଜୟପୁରିଆ ସ୍କୁଲର ଏଲକେଜି ଛାତ୍ର । ଅର୍ଥବଙ୍କ ବାପା ଜଣେ ଓକିଲ । ତାଙ୍କ ବାପାଙ୍କ ମାଧ୍ୟମରେ  ସେ ହାଇକୋର୍ଟରେ ପିଆଇଏଲ୍ ଦାଖଲ କରିଛନ୍ତି । ଛାତ୍ର ଜଣକ କହିଛନ୍ତି ଯେ, ମଦ ଦୋକାନ ତାଙ୍କ ସହପାଠୀ ତଥା ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି ।’

ଛାତ୍ର ଅର୍ଥବଙ୍କ ବାପା  ସ୍କୁଲ ନିକଟରେ ମଦ ଦୋକାନ ଥିବା ନେଇ ଆଇଜିଆରଏସ୍ ପୋର୍ଟାଲରେ ଅଭିଯୋଗ କରିଥିଲେ । ହେଲେ ସ୍କୁଲ ଠାରୁ ମଦ ଦୋକାନ ୨୦ରୁ ୩୦ ମିଟର ଦୂରରେ ଥିବା ନେଇ  ଅବକାରୀ ବିଭାଗ ଅଧିକାରୀମାନେ ଉତ୍ତର ଦେଇଥିଲେ । ଏହାସହ ଏହି ଚୁକ୍ତି ୩୦ ବର୍ଷ ପୂର୍ବେ ହୋଇଥିବା ଅବକାରୀ ବିଭାଗ କହିଛି ।  ତେବେ ୨୦୧୯ରେ ଏହି ସ୍କୁଲ  ପ୍ରତିଷ୍ଠା କରାଯାଇଥିଲା ।

Leave A Reply

Your email address will not be published.