Latest Odisha News

BREAKING NEWS

କେମିତି ବାପା-ମାଆ: ୫ ବର୍ଷ ଝିଅକୁ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ୫ ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲେ ବାପା ଓ ସାବତ ମାଆ । ପିଟି ପିଟି ମାରି ଦେଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତେନ୍ତୁଳିଆ ସାହିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଆଜି ସତ ସାମନାକୁ ଆସିଛି ।

ପାରିବାରକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାପା ଓ ସାବତ ମାଆଙ୍କ ଭିତରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା । ଗତକାଲି ଝଗଡ଼ ପରେ କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ସେମାନେ ପିଟି ଦେଇଥିଲେ । ମୁଣ୍ଡରୁ ପ୍ରବଳ ରକ୍ତ ବାହାରିଥିଲା । ପରେ ଝିଅଟି ଆଖି ବୁଜିଥିଲା ।

ବାପା, ମାଆ ମୁଣ୍ଡ ଫାଟି ଝିର ମୃତ୍ୟୁ ହୋଇଥିବା କହିଥିଲେ । ତେବେ ସ୍ଥାନୀୟ ଲୋକ ଘର ଭିତରେ ଭିନ୍ନ ଚିତ୍ର ଦେଖିଥିଲେ । ଦୁହିଁଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ ସ୍ଥାନୀୟ ଲୋକ । ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସହ ଅଧିକ ଖୋଳତାଡ ଚଳାଇଛି ।

Comments are closed, but trackbacks and pingbacks are open.