Latest Odisha News

BREAKING NEWS

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ଚାଲିଛି ପ୍ରସ୍ତୁତି

ଭଦ୍ରକ : ଆସନ୍ତା କାଲି ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ନୀତିକାନ୍ତି ଅନୁସାରେ ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ ହେବ । ସକଳା ୫ ଟା ସମୟରେ ମହାପ୍ରଭୁଙ୍କ ପାଇଁ ଖେଚୁଡି ଅନ୍ନନୀତି ଭୋଗ ଲାଗୁ ହେବ ।

ସେହିପରି ରାତି ୧୧ଟାରୁ ପୂଜା ,ଘର୍ଷଣ, ୧୦୮ କଳସ ଜଳଲାଗି ପଞ୍ଚ ଉପଚାର ପୂଜା ହେବ ।ଏହି ସମୟରେ ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି ।ଶେଷରେ ରାତି ୨ ଟାରେ ମହାଦୀପ ଉଠିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସେହିପରି ଭୋର ୪.୩୦ ମିନିଟରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.