Latest Odisha News

BREAKING NEWS

ଓଏଲଏକ୍ସରେ ଚଢା ଦରରେ ହକି ଟିକେଟ ବିକ୍ରି କରି ୫ ଯୁବକ ଗିରଫ

ଭୁବନେଶ୍ୱର: ହକି ଟିକେଟ କଳାବଜାରୀ କରି ୫ ଗିରଫ। ଆସନ୍ତାକାଲି ଭାରତର ମ୍ୟାଚ ରହିଛି । ଏହା ପୂର୍ବରୁ ଓଏଲଏକ୍ସ ଏବଂ ଅନ୍ୟାନ୍ୟ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଟିକେଟ ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି କିଛି ଯୁୂବକ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାନୁଆରି ୧୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଓ୍ୱାଲେସ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର ସହୀଦ ନଗର ପୁଲିସ।

ଗିରଫ ଅଭିଯୁକ୍ତମାନେ ସୋଶିଆଲ ମିଡିଆ ଜରିଆରେ ସମ୍ଭାବ୍ୟ କ୍ରେତାଙ୍କୁ ଟାର୍ଗେଟ୍ କରି ହକି ମ୍ୟାଚ୍ର ଟିକେଟକୁ ଚଢା ଦରରେ ବିକ୍ରି କରୁଥିଲେ। ଓଏଲଏକ୍ସ ଆପ୍ ଜରିଆରେ ଚାଟିଂ କରି ଅଭିଯୁକ୍ତମାନେ ଏହି କାରବାର କରିଥିଲେ। ଅଭିଯୁକ୍ତମାନେ ୧୦୦ଟଙ୍କାର ଟିକେଟ୍ ୧୦୦୦ଟଙ୍କାରେ, ୨୦୦ଟଙ୍କାର ଟିକେଟ୍ ୨୦୦୦ଟଙ୍କାରେ ଏବଂ ୫୦୦ଟଙ୍କାର ଟିକେଟ୍ ୪୦୦୦ଟଙ୍କାରେ ବିକ୍ରି କରୁଥିଲେ। ପୋଲିସ ୫ ଅଭିଯୁକ୍ତଙ୍କ ଠାରୁ ୩୫ଟି ଟିକେଟ୍ ସହିତ ୧୦ ହଜାର ୩୦୦ ଟଙ୍କା ଜବତ କରିଛନ୍ତି।

୫ ଅଭିଯୁକ୍ତ ହେଲେ ସହୀଦ ନଗରର ରଶ୍ମୀ ରଞ୍ଜନ ସାହୁ (୩୨), ସରୋଜ ସେଠୀ (୨୩), ସରୋଜ କୁମାର ବଳ (୩୭), ଏମଡି ତହିମ, ନୟାପଲ୍ଲୀରେ  ଲିଙ୍ଗରାଜ ମହାନ୍ତି (୩୧)।

ପୁଲିସ ସେମାନଙ୍କୁ ଭିଜିଲାନ୍ସ ହାତରେ ଧରାଇ ଦେଇଛି। ସେମାନେ ଜାନୁଆରି ୧୯, ଜାନୁଆରି ୨୪ ଓ ଜାନୁଆରି ୨୯ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ମଧ୍ୟ ଟିକେଟ୍ ବିକ୍ରି କରୁଥିଲେ। ପାଞ୍ଚଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ଏକ ବିଶ୍ୱବିଦ୍ୟାଳୟର ସିଭିଲ ଇଞ୍ଜିନିୟରିଂ ଛାତ୍ରୀ ହୋଇଥିବା ବେଳେ ଅନ୍ୟ ଚାରିଜଣ ବ୍ୟବସାୟୀ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ପୁରୁଷ ଏଫ୍ଆଇଏଚ୍ ହକି ବିଶ୍ବକପର ୧୫ତମ ସଂସ୍କରଣ ଜାନୁଆରି ୨୯ ଯାଏ ଚାଲିବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ମେଗା ଇଭେଣ୍ଟର ମ୍ୟାଚ୍ ଖେଳାଯାଉଛି।

 

Leave A Reply

Your email address will not be published.