ଝାରସୁଗୁଡାରେ ‘ନନ୍ଦଘର’ରେ ପରିଣତ ହେବ ୫୦୦ ଅଙ୍ଗନୱାଡି କେନ୍ଦ୍ର, ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା
ଝାରସୁଗୁଡା: ଝାରସୁଗୁଡ଼ାରେ ‘ନନ୍ଦଘର’ରେ ପରିଣତ ହେବ ୫୦୦ ଅଙ୍ଗନୱାଡି କେନ୍ଦ୍ର। ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡବ୍ଲୁଓ) ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି, “ବେଦାନ୍ତରେ, ଆମେ ସେବା କରୁଥିବା ସମ୍ପ୍ରଦାୟରେ ସ୍ଥାୟୀ ବିକାଶ ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଗଭୀର ଭାବେ ପ୍ରତିବଦ୍ଧ। ନନ୍ଦଘର ମାଧ୍ୟମରେ, ଆମେ ଆମର ଯୁବପିଢି ଏବଂ ମହିଳାମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆବଶ୍ୟକ ଉପକରଣ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛୁ ।
ଆୟୋଜିତ କାର୍ଯ୍ୟକ୍ରମରେ ୬୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ସମ୍ପ୍ରଦାୟର ସଦସ୍ୟ ଏବଂ ବେଦାନ୍ତ ଆଲୁମିନିୟମ୍ କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ସମେତ ୩୫୦୦ ରୁ ଅଧିକ ଅଂଶଗ୍ରହଣ କରିଥଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୬୦ରୁ ଅଧିକ ଷ୍ଟଲ୍ରେ ହସ୍ତତନ୍ତ, ଖାଦ୍ୟ ସାମଗ୍ରୀ, ସୃଜନଶୀଳତା ଏବଂ ଉଦ୍ୟୋଗୀ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ସ୍ୱୟଂ ଉତ୍ପାଦିତ ଦ୍ରବ୍ୟ ପ୍ରଦର୍ଶିତ କରାଯାଇଥିଲା ।
ସୂଚନାଯୋଗ୍ୟ, ୨୦୧୫ ରେ ଆରମ୍ଭ ହୋଇଥିବା ନନ୍ଦଘର କାର୍ଯ୍ୟକ୍ରମ ୬ ବର୍ଷରୁ କମ୍ ପିଲାମାନଙ୍କୁ ପ୍ରି-ସ୍କୁଲ୍ ପ୍ରସ୍ତୁତି, ପୁଷ୍ଟିକର ଖାଦ୍ୟ ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଘରୋଇ ଖାଦ୍ୟ ଯୋଗାଇବା, ଏଏନଏମ କର୍ମଚାରୀଙ୍କ ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ସେବା ପ୍ରଦାନ କରିବା ଏବଂ ମହିଳାମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବିକାଶ କରିଥାଏ। ବର୍ତ୍ତମାନ ଝାରସୁଗୁଡାରେ ଚାଲୁଥିବା ୧୭୫ ନନ୍ଦଘର କାର୍ଯ୍ୟକ୍ଷମ, ୧୨୭ ଟି ଗ୍ରାମରେ ୭,୦୦୦ ରୁ ଅଧିକ ପିଲାଙ୍କୁ ଉପକୃତ କରୁଛି । ଏହାସହ ଏହି କାର୍ଯ୍ୟକ୍ରମ ଝାରସୁଗୁଡା ଏବଂ ନିକଟବର୍ତ୍ତୀ ଅଂଚଳର ପ୍ରାୟ ୮୦ ଟି ଗ୍ରାମରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରୁଛି। ଏହି କାର୍ଯ୍ୟକ୍ରମ ଦ୍ବାରା ବର୍ଷକୁ ୩୫୦ ରୁ ଅଧିକ ଏସଏଚଜିରୁ ପ୍ରାୟ ୫୦୦୦ ମହିଳାଙ୍କୁ ସଶକ୍ତ କରିବା ସହ ୧୩,୦୦୦ ରୁ ଅଧିକ ଛାତ୍ରଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରିଥାଏ।
ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାପାଳ ଅବୋଲି ନରଭାନେଙ୍କ ସମେତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀ, ଡିଏସଡବ୍ଲୁଓ ପୁଣ୍ୟବତୀ ହେଲେନ ଜେସ୍, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗାର୍ଟିଆ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତି ଥିଲେ।