Latest Odisha News

BREAKING NEWS

ସରକାର ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବା ଖବର ଏକ ଗୁଜବ, ସତ୍ୟତା ନାହିଁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବିବିଧ ପ୍ରକାରର ଗୁଜବ ଓ ମିଥ୍ୟା ଖବର ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଏହିଭଳି ସମୟରେ ସରକାରଙ୍କ ପକ୍ଷରୁ ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବେ ବୋଲି ଏକ ମିଛ ଖବର ସୋସିଆଲ ମିଡିଆ ଓ କନ୍ନଡ ଭାଷା ଆଞ୍ଚଳିକ ଟିଭି ଚ୍ୟାନେଲରେ ଗତ ବୁଧବାର ପ୍ରସାରିତ ହୋଇଥିଲା ।

ତେବେ ଏହା ନଜରକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ବା ପିଆଇବି ପକ୍ଷରୁ ଏ ନେଇ ସତ୍ୟତା ପରୀକ୍ଷା କରାଯାଇ ଏହା ଏକ ମିଥ୍ୟା ଖବର ଓ ଗୁଜବ ବୋଲି ସ୍ପଷ୍ଟ କରାଯାଇଛି ।

ଏଥି ସହିତ ଜନ ସାଧାରଣ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏଭଳି ଉଡା ଖବରକୁ ଅନ୍ଧ ଭାବରେ ବିଶ୍ୱାସ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପିଆଇବି ପକ୍ଷରୁ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଆସୁଥିବା ଖବରର ସତ୍ୟତା ପରୀକ୍ଷା କରାଯାଇଥାଏ ।

ଏଥିପାଇଁ ଯେ କୌଣସି ଲୋକ ପିଆଇବି ୱେବସାଇଟରେ ଦିଆଯାଇଥିବା ଅଫିସିଆଲ ଇମେଲ ଆଇଡି pibfactcheck@gmail.com କିମ୍ବା 8799711259 ଫୋନ ନମ୍ବରରେ ଜଣାଇପାରିବେ ।

Leave A Reply

Your email address will not be published.