ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ପାଞ୍ଚ ଶହରୁ ଅଧିକ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ବାହାରିଛି ଆଉ ୫୨୭ ପଜିଟିଭ୍ କେସ୍ । ୩୩୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୮୩୬କୁ ବୃଦ୍ଧି ପାଇଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଦ୍ୱିତୀୟ ସର୍ବାଧିକ ୭୮ ଆକ୍ରନ୍ତ । ଖୋର୍ଦ୍ଧାରୁ ଆଉ ୫୦ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୨୬, ଯାଜପୁର ୨୫ ଜଣ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭ୍ କେସ୍ ୧୦ ହଜାର ୬୨୪କୁ ବୃଦ୍ଧି ପାଇଛି । ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬ ହଜାର ୭୦୩ ଜଣ । ଆକ୍ଟିଭ୍ କେସ ସଂଖ୍ୟା ୩୮୬୦ । ଏହାରି ଭିତରେ କୋଭିଡ୍ ଟେଷ୍ଟ ହୋଇଛି ୩ ଲକ୍ଷ ୮ ହଜାର ୬୯୮ ।
କେଉଁ ଜିଲ୍ଲାରୁ କେତେ ପଜିଟିଭ୍
ଗଞ୍ଜାମ ୨୧୫
ସୁନ୍ଦରଗଡ଼ ୭୮
ଖୋର୍ଦ୍ଧା ୫୦
ବାଲେଶ୍ୱର ୨୬
ଯାଜପୁର ୨୫
ବଲାଙ୍ଗିର ୨୧
ନୟାଗଡ଼ ୧୮
କଟକ ୧୭
ପୁରୀ ୧୬
ମୟୂରଭଞ୍ଜ ୧୦
କେନ୍ଦୁଝର ୦୭
କୋରାପୁଟ ୦୬
କେନ୍ଦ୍ରାପଡ଼ା, ସୋନପୁର- ୫ଜଣ ଲେଖାଏଁ ପଜିଟିଭ୍
ନୂଆପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା- ୪ଟି ଲେଖାଏଁ ପଜିଟିଭ୍ କେସ୍
ନବରଙ୍ଗପୁର, ମାଲକାନଗିରି, ଗଜପତି- ୩ଟି ଲେଖାଏଁ ପଜିଟିଭ୍
ଭଦ୍ରକ- ୨ଟି ପଜିଟିଭ୍
ସମ୍ୱଲପୁର, ରାୟଗଡ଼ା, ଢେଙ୍କାନାଳ, ବରଗଡ଼, ଅନୁଗୁଳ- ଜଣେ ଲେଖାଏ ଭୂତାଣୁ ସଂକ୍ରମିତ
Comments are closed.