Latest Odisha News

୫୫ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଅଭିଲେଖାଗାର ପରିସରରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ, ୫୫ତମ ସ୍ୱତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ୱରେ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି, ପ୍ରାକ୍ତନ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।

ଏହି ସଭାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ ବିଷୟରେ ଉପରେ ଆଲୋଚନା କରି ଶ୍ରୀ ପାଣିଗ୍ରାହୀ, ଓଡ଼ିଆ ସ୍ୱାଭିମାନର ସେ ପରିଚୟ ବୋଲି ମତବ୍ୟକ୍ତ କରିଥିଲେ।

ମଧୁବାବୁ ଜଣେ ସଙ୍ଗଠକ, ଲେଖକ , ଶିଳ୍ପ ପ୍ରତିଷ୍ଠାତା ତଥା ରାଜନୈତିକ ଭାବରେ ବେଶ ଲୋକପ୍ରିୟ ଲୋକପ୍ରିୟ ଥିଲେ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ତ୍ୟାଗର ତୁଳନା କରିବା କେବେବି ସମ୍ଭବ ନୁହେଁ ବୋଲି ଶ୍ରୀ ଦଳାଇ କହିଥିଲେ।

ପ୍ରାରମ୍ଭରେ ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ଶେଖ ସୋଲେମାନ ଅଲ୍ଲୀ ସ୍ଵାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଉପେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.