Latest Odisha News

BREAKING NEWS

ଶରଧାବାଲିରେ ୫୫ତମ କୁମାର ଉତ୍ସବ-୨୦୨୨ ର ଦ୍ୱିତୀୟ ସନ୍ଧ୍ୟା

ପୁରୀ : ଶରଧାବାଲିରେ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ୫୫ତମ କୁମାର ଉତ୍ସବ-୨୦୨୨ ର ଦ୍ୱିତୀୟ ସନ୍ଧ୍ୟା । କୁମାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସଂପାଦକ ସ୍ୱାଧୀନ କୁମାର ପଣ୍ଡା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଅର୍ଘ୍ୟ ଥିଲା ରୂପଲତା ମହାନ୍ତିଙ୍କ ନିର୍ଦ୍ଦେଶିତ ରୂପା ଆଣ୍ଡ ଟ୍ରୁପ ପକ୍ଷରୁ ସଙ୍ଗୀର ରୂପକ ‘କୁଆଁର ପୁନେଇଁ, ଟ୍ରାଇବାଲ ଫୋକ୍ ଆର୍ଟ ସେଣ୍ଟର, ସମ୍ବଲୁର ର କଳାକାରମାନେ ସମ୍ବଲପୁରୀ ନୃତ୍ୟ ରସରକେଲି, ଡାଲ୍‌ଖାଇ ପରିବେଷଣ କରିଥିଲେ ।

ଏଥିସହିତ ଅନନ୍ୟା କଳାମନ୍ଦିର ପକ୍ଷରୁ ସନ୍ତୋଷ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟରେ ସୂର୍ଯ୍ୟ ନମସ୍କାର, ହରପ୍ରିୟା ଦେବଦାସୀ ନୃତ୍ୟ କଳାମନ୍ଦିର ପକ୍ଷରୁ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଏବଂ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଉତ୍କଳୀୟ ସଂସ୍କୃତିକୁ ଉପସ୍ଥାପନ କରିଥିଲେ ।ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୋରୋଡ଼ା ବିଧାୟକ ରାଜ କିଶୋର ଦାସ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଯୋଗଦାନ କରିଥିଲେ ।

ସେହିପରି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଓ ନାଟ୍ୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ପୂଜାପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଅନୁଷ୍ଠାନର ଦୀର୍ଘଦିନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଜୁନିୟର ବିଭାଗର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Comments are closed.