Latest Odisha News

BREAKING NEWS

ଆଜି ପୁଣି ଭୁବନେଶ୍ୱରରେ ୫୮୦ ପଜିଟିଭ, ୩୫୯ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ଉପର ମୁହାଁ ହେଉଛି କରୋନା ମିଟର । ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ବାହାରିଛନ୍ତି । ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ୫୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ କେନ୍ଦ୍ରରୁ ୨୨୧ ଓ ଲୋକାଲ କଂଟାକ୍ଟ କେସ୍ ୩୫୯ ରହିଛି । ସେହିପରି ୩୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଯାଏଁ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୮୪୩ରେ ପହଂଚିଛି । ସେଥିମଧ୍ୟରୁ ୭,୨୫୧ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୩୫ଟି ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି କରୋନାରେ ୪୫ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.