Latest Odisha News

BREAKING NEWS

ପାରାଦୀପ ବନ୍ଦରର ୫୯ ତମ ପ୍ରତିଷ୍ଠା ଦିବସ ଅବସରରେ ବିଶାଳ ମାରାଥନ ପ୍ରତିଯୋଗିତା

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଭାରତର ୨ୟ ବୃହତ୍ତମ ବନ୍ଦର ପରାଦୀପ ବନ୍ଦର ପାଳନ କରୁଛି ଏହାର ୫୯ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଏଠାରେ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ହନୁମାନ ବାଟିକା ନିକଟରରେ ଏହି ମାରାଥନକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ପାରାଦ୍ବୀପ ମାରାଥନ ଓଡିଶା ତଥା ଓଡିଶା ବାହାରୁ ୭୦୦ ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮୫ ମହିଳା ପ୍ରତିଯୋଗୀ ଭାଗ ନେଇଥିବା ଜଣାପଡିଛି ।

ଏହି ମାରାଥନରେ ମୁଖ୍ୟ ଆକର୍ଷଣ ଥିଲେ ଇଣ୍ଡିଆନ ଆଥଲେଟିକ୍ସ ଜଉନା ମୁର୍ମୁ।ହନୁମାନ ବାଟିକା ନିକଟରୁ ବାହାରି ଥିବା ଏହି ମାରାଥନ ଷଣ୍ଢକୁଦ, ଡପଲର ରାଡର ଛକ ଦେଇ ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚିଛି । ଏଥିରେ କୃତୀ ପ୍ରତିଯୋଗୀଙ୍କୁ ବନ୍ଦର ଅଧ୍ୟକ୍ଷ ପୁରସ୍କୃତ କରିଥିବା ସୂଚନା ମିଳିଛି ।

ପ୍ରତିଷ୍ଠା ଦିବସ ଅବସରରେ ଆଜି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.