Latest Odisha News

ପୁରୀରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରିଛନ୍ତି । ପୁରୀ ଗସ୍ତରେ ଯାଇ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ  ଓ  ଶୃଙ୍ଖଳିତ  ଦର୍ଶନ ପାଇଁ  ଏହି ଦିଗରେ  ପଦକ୍ଷେପ ନେବା  ସହିତ  ମଠ  ଗୁଡିକର  ପୁନରୁଦ୍ଧାର  କାମ  , ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ୱିତ  କରିବା  ପାଇଁ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି  ।

ଆଜି ପ୍ରତ୍ୟୁଷ ପୁରୀ ଗସ୍ତରେ ଯାଇ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନମୂଳକ ପାର୍ଯ୍ୟର ସମୀକ୍ଷା କରିବା ସହ ସମଗ୍ର  ପରିକ୍ରମା  ପ୍ରକଳ୍ପ  ଅଞ୍ଚଳ ବୁଲି  ଦେଖିଥିଲେ । ଏହି  ସମୀକ୍ଷା  ଅବସରରେ  ଶ୍ରୀ  ପାଣ୍ଡିଆନ୍  ଦୋଳବେଦି  ଅଞ୍ଚଳର  ତ୍ଵରିତ  ବିକାଶ  ଏମାର  ମଠ  ,ପଞ୍ଜାବୀ  ମଠ ଆଦିର  ପୁନରୁଦ୍ଧାର  ସହିତ  ପରିକ୍ରମା  ପ୍ରକଳ୍ପ  ସମ୍ମୁଖ  ଭାଗର  ଚିତ୍ରାଦି କାମ  ଆଗେଇ  ନେବାକୁ  ପରାମର୍ଶ  ଦେଇଥିଲେ ।

ଏହା  ସହିତ  ଭକ୍ତ  ମାନଙ୍କ  ସ୍ବଚ୍ଛନ୍ଦ ଦର୍ଶନ  ପାଇଁ ମରୀଚି କୋଟ ଛକ  ଠାରୁ  ଧାଡ଼ି  ଆରମ୍ଭ  ସହିତ  ସିଂହଦ୍ଵାର  ଠାରୁ  ମରୀଚି  କୋଟ ଛକ ପର୍ଯ୍ୟନ୍ତ  ବଡ଼ଦାଣ୍ଡର  ଉଭୟ  ପାର୍ଶ୍ଵରୁ  ଭେଣ୍ଡିଂ  ଜୋନ୍  ହଟାଇ  ଅନ୍ୟତ୍ର  ଥଇଥାନ  କରିବା  ପାଇଁ  ଶ୍ରୀ   ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ । ସେହିପରି  ଶ୍ରୀ ମନ୍ଦିର  ଉତ୍ତର-ଦକ୍ଷିଣ  ଓ  ପଶ୍ଚିମ  ପାର୍ଶ୍ୱର  ଲ୍ୟାଣ୍ଡସ୍କେପିଙ୍ଗ  କାମ  ୯ ଡିସେମ୍ବର  ସୁଦ୍ଧା  ସାରିବାକୁ  ନିର୍ଦ୍ଦେଶ ଦେଇଥିଲେ ।

ମଠ ପୁନଃନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ଏତବ୍ୟତୀତ ମେଘନାଦ  ପାଚେରୀ  ନିକଟରେ  ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ଏବଂ ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ।

 

Comments are closed.