Latest Odisha News

BREAKING NEWS

ପିଏଲଜିଏ ୨୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଲାଗିଲା ମାଓ ବ୍ୟାନର

ନୂଆପଡା: ଆଜିଠାରୁ ଡିସେମ୍ବର ଆଠ ତାରିଖ ଯାଏ ମାଓବାଦୀ ପାଳିବେ ପିଏଲଜିଏ ସପ୍ତାହ । ପିଏଲଜିଏର ୨୩ବର୍ଷ ପୂର୍ତ୍ତି ଅଵସର ମାଓବାଦୀ ମାନେ ଏହି ସପ୍ତାହକୁ ଜୋର ସୋରରେ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି । ଏଥିପାଇଁ ନୂଆପଡାରେ ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସମସ୍ତ ବ୍ୟାନର ଲାଲ ରଙ୍ଗର ହୋଇଥିବା ବଳେ ବର୍ତ୍ତମାନ ପୋଲିସ ବ୍ୟାନର ସବୁକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ସାରାବଙ୍ଗ ଗାଁ ପାଖରେ ଚାରିଟି ସ୍ଥାନରେ ଏହି ବ୍ୟାନର ଦେଖିବାକୁ ମିଳିଛି । ପିଏଲଜିଏର ୨୩ ବର୍ଷ ପୂର୍ତ୍ତି ଅବସରରେ ୨ ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ଜୋର ସୋରରେ ପାଳନ କରିବାକୁ ଅପିଲ କରିଛନ୍ତି । ଲଗାଯାଇଥିବା ବ୍ୟାନରରେ ଯୁବକ ଯୁବତୀଙ୍କୁ ଭର୍ତ୍ତି ହେବାପାଇଁ ଅନୁରୋଧ କରିଛନ୍ତି ମାଓବାଦୀ । ଜନମୁକ୍ତି ଛାପାମାର ସେନା ଜିନ୍ଦାବାଦ, ନବ ଯାନବାଦୀ କ୍ରାନ୍ତି ଜିନ୍ଦାବାଦ ଆଦି ଏହି ବ୍ୟାନରରେ ଲେଖା ରହିଛି । ଏହାସହ ବ୍ୟାନରରେ ଭାରତର କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ବୋଲି ଉଲ୍ଲେଖ ରହିଛି । ଲାଲ ରଙ୍ଗର ବ୍ୟାନରରେ ଧଳା ଅକ୍ଷରରେ ସବୁ ଲେଖାଯାଇଛି । ସେପଟେ ବ୍ୟାନର ଦେଖିବା ପରେ ସେସବୁକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.