ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଭୋରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ଏକାମ୍ର କ୍ଷେତ୍ରରେ ଉନ୍ନତିମୂଳକ କାମର ତଦାରଖ କରିଥିଲେ । ଆସନ୍ତା ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରରୁ ରାସ୍ତା ପ୍ରଶସ୍ତୀକରଣ କାମ ଶେଷ ହେବ । ଏଥିପାଇଁ ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଛି ।

ରେକର୍ଡ ସମୟରେ ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ହୋଇଛି । ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରକୁ ରାସ୍ତା ପ୍ରଶସ୍ତୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ଶ୍ରଦ୍ଧାଳୁଙ୍କ ଆଗମନ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିକଳ୍ପ ରାସ୍ତା ନିର୍ମାଣ କାମ ମଧ୍ୟ ଶେଷ ହେବ ।

ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ ବେଳେ ଫାଇଭ୍ ଟି ସଚିବଙ୍କ ସହ ଥିଲେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜ୍ୟ ସରକାର ଓ ବିଏମ୍ସି ତତ୍ୱାବଧାନରେ ଲିଙ୍ଗରାଜ ମନ୍ଦିର ଓ ଚତୁପାର୍ଶ୍ୱରେ ଉନ୍ନତିମୂଳକ କାମ ଜାରି ରହିଛି ।
BREAKING NEWS
- PM Modi at Somnath Jyotirlinga: ହର ହର ମହାଦେବଙ୍କ ମନ୍ତ୍ର, ଓମ୍ ମନ୍ତ୍ର, ମହା ଡ୍ରୋନ୍ ଶୋ…, ୨ ମିନିଟର ଭିଡିଓରେ ସୋମନାଥଙ୍କ ଦିବ୍ୟତ୍ୱ ପ୍ରଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି
- Op Hawkeye: ସିରିଆରେ ଆଇଏସଆଇଏସ ଉପରେ ଆମେରିକାର ବଡ଼ ଆକ୍ରମଣ, ଅନେକ ସ୍ଥାନରେ ଏୟାର ଷ୍ଟ୍ରାଇକ୍
- ଆମେରିକାର ମିସିସିପିରେ ଆଖିବୁଜା ଗୁଳି ମାଡ, ୬ ମୃତ, ଜଣେ ଅଟକ
- Public Grievances: ଜାନୁଆରୀ ୧୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- Mufti Noor Ahmad Noor: ନୂଆଦିଲ୍ଲୀରେ ଆଫଗାନ ଦୂତାବାସର ଦାୟିତ୍ୱ ନେବେ ତାଲିବାନ ରାଜଦୂତ
- ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଧରାପଡ଼ିଲେ ସ୍କୁଲ ପିଅନ;ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ
- କେଳୁଚରଣ କୀର୍ତ୍ତି ଶତକମ୍ ଉଦ୍ଯାପିତ; ଫଟୋଚିତ୍ର ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଏବଂ ଓଡ଼ିଶୀ ଗବେଷକଙ୍କ ଭିଡ଼
- International Buddhist Conference: ହୀରକ ତ୍ରିଭୁଜରେ ଆୟୋଜିତ ହେବ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ;ଜାନୁଆରୀ ୧୧ ରୁ ୧୬ ତାରିଖ…
- କେନ୍ଦ୍ର ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ; ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ
- ମେଗା ‘ଶିଶିର ସରସ-୨୦୨୬’ ଉଦ୍ଘାଟିତ; ସ୍ଥାନୀୟ ଉତ୍ପାଦ କ୍ରୟ କରି ‘ଭୋକାଲ୍ ଫର୍ ଲୋକାଲ୍’କୁ ସାକାର କରିବାକୁ ଆହ୍ୱାନ
Comments are closed.