ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଭୋରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ଏକାମ୍ର କ୍ଷେତ୍ରରେ ଉନ୍ନତିମୂଳକ କାମର ତଦାରଖ କରିଥିଲେ । ଆସନ୍ତା ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରରୁ ରାସ୍ତା ପ୍ରଶସ୍ତୀକରଣ କାମ ଶେଷ ହେବ । ଏଥିପାଇଁ ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଛି ।

ରେକର୍ଡ ସମୟରେ ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ହୋଇଛି । ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରକୁ ରାସ୍ତା ପ୍ରଶସ୍ତୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ଶ୍ରଦ୍ଧାଳୁଙ୍କ ଆଗମନ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିକଳ୍ପ ରାସ୍ତା ନିର୍ମାଣ କାମ ମଧ୍ୟ ଶେଷ ହେବ ।

ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ ବେଳେ ଫାଇଭ୍ ଟି ସଚିବଙ୍କ ସହ ଥିଲେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜ୍ୟ ସରକାର ଓ ବିଏମ୍ସି ତତ୍ୱାବଧାନରେ ଲିଙ୍ଗରାଜ ମନ୍ଦିର ଓ ଚତୁପାର୍ଶ୍ୱରେ ଉନ୍ନତିମୂଳକ କାମ ଜାରି ରହିଛି ।
BREAKING NEWS
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
Comments are closed.