Latest Odisha News

BREAKING NEWS

ଅଜବ ନିୟମ; ସହାୟତା କର୍ମଚାରୀ ଭାବେ କାର୍ଯ୍ୟ କରିପାରିବେନି ମହିଳା

କାବୁଲ: ସମାଜରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ଦେବାର ଉଦ୍ଦେଶ୍ୟ ନଥିବା ପ୍ରମାଣ କରୁଛି ତାଲିବାନ।ହ୍ୟୁମାନ୍ ରାଇଟ୍ସ ୱାଚ୍ (HRW) ଅନୁଯାୟୀ, ତାଲିବାନ ଆଫଗାନିସ୍ତାନ ମହିଳାମାନଙ୍କୁ “ସହାୟତା କର୍ମଚାରୀ ଭାବରେ କାର୍ଯ୍ୟ କରିବାକୁ” ବାରଣ କରିଛି। ଯାହା ଅତ୍ୟଧିକ ଆବଶ୍ୟକ ଜୀବନ ରକ୍ଷାକାରୀ ସହାୟତା। ଏହାକୁ ଆଫଗାନିସ୍ତାନରେ ପହଞ୍ଚିବାରେ ତାଲିବାନ ରୋକୁଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

“ମହିଳା ସହାୟତା କର୍ମଚାରୀଙ୍କ ଉପରେ ତାଲିବାନର କଠୋର ପ୍ରତିବନ୍ଧକ ଲଗାଇଛି। ବିଶେଷ କରି ମହିଳା, ବାଳିକା ଏବଂ ମହିଳା-ପରିବାରବର୍ଗଙ୍କ ନିକଟରେ ଆବଶ୍ୟକ ଜୀବନ ରକ୍ଷାକାରୀ ସହାୟତାକୁ ରୋକିବାରେ ଲାଗିଛି ତାଲିବାନ। ମହିଳା ସହାୟତା କର୍ମଚାରୀଙ୍କୁ ସେମାନଙ୍କ ଚାକିରିକୁ ଅନୁମତି ନଦେବା ଏଜେନ୍ସି କିମ୍ବା ଦାତାଙ୍କ ସର୍ତ୍ତ ନୁହେଁ ବୋଲି ହ୍ୟୁମାନ୍ ରାଇଟ୍ସ ୱାଚ୍ ର ସହଯୋଗୀ ମହିଳା ଅଧିକାର ନିର୍ଦ୍ଦେଶକ ହେଥର ବାର୍ କହିଛନ୍ତି।

Leave A Reply

Your email address will not be published.