Latest Odisha News

BREAKING NEWS

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ: ଶହେରୁ ଅଧିକ ମୃତ, ପାକିସ୍ତାନରେ ବି ଭୂକମ୍ପର ଝଟକା

ଦିଲ୍ଲୀ : ଆଫଗାନିସ୍ତାନରେ ଭୂମିକମ୍ପ । ଏଥିରେ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କେବଳ ଆଫଗାନିସ୍ତାନ ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି । ୟୁଏସ ଜିୟୋଲୋଜିକାଲ ସର୍ଭେର ତଥ୍ୟ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣପୂର୍ବ ଆଫଗାନିସ୍ତାନରେ ଥିଲା । ସେପଟେ ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁସାରେ ଭୁକମ୍ପର ଝଟକା ଇସଲାମାବାଦ ସମେତ ଅନ୍ୟ ସହରରେ ଦେଖିବାକୁ ମଧ୍ୟ ମିଳିଛି ।

ସେହିଭଳି ଗତ ଶୁକ୍ରବାର ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ସେତେବେଳେ ଇସଲାମାବାଦ,ପେଶାୱାର, ରାୱଲପିଣ୍ଡି, ମୁଲତାନରେ ଦେଖିବାକୁ ମିଳିଥିଲା । ଏହି ଝଟକା ଫୈସଲାବାଦ, ଏବୋଟାବାଦ, ସ୍ୱାତ, ବୁନେର, କୋହାଟ ଏବଂ ମଲକାଣ୍ଡିରେ ମଧ୍ୟ ଅନୁଭୂତ ହୋଇଥଲା ।

Leave A Reply

Your email address will not be published.