Latest Odisha News

BREAKING NEWS

ତୁର୍କୀରେ ୬.୮ ତୀବ୍ରତାର ଶକ୍ତଶାଳୀ ଭୁମିକମ୍ପ; ୧୪ ମୃତ

ଇସ୍ତାନବୁଲ୍‌: ପୂର୍ବ ତୁର୍କୀରେ ଶୁକ୍ରବାର ଦିନ ଅନୁଭୂତ ହୋଇଥିବା ଭୁମିକମ୍ପରେ ୧୪ରୁ ଅଧିକ ବ୍ୟକ୍ତିଙ୍କୁ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦୦ବ୍ୟକ୍ତି ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୮ ମପା ଯାଇଥିଲା ।

ପ୍ରାପ୍ତ ସୂଚନାନୁଯାୟୀ ଭୁମିକମ୍ପ ଆସିବା ପୂର୍ବରୁ ପ୍ରାୟ ୧୫ ଥର ଝଟକା ମଧ୍ୟ ଅନୁଭୂତ ହୋଇଥିଲା । ଯାହାଫଳରେ ଜନସାଧାରଣ ମାନେ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ । ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୂର୍ବ ଇଲାଜିଙ୍ଗ ରାଜ୍ୟ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ଝଟକା ତୁର୍କୀର ଇରାକ୍‌, ଇରାନ, ସିରିଆ ଓ ଲେବାନନରେ ମଧ୍ୟ ଅନୁଭୂତ ହୋଇଥିଲେ ମଧ୍ୟ ସେଠାରେ କୌଣସି କ୍ଷତି ଘଟିନଥିଲା ।

Leave A Reply

Your email address will not be published.