Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରେ ଭୁଶୁଡିଲା ନିର୍ମାଣଧିନ ଛାତ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ନିର୍ମାଣଧିୀନ କୋଠାର ଛାତ ଭୁଶୁଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଶ୍ରମିକ ଆହତ ହୋଇଛନ୍ତି ।

ମୃତକ ଜଣକ କଟକ ଜିଲ୍ଲାର ଅନ୍ତର୍ଯ୍ୟାୟୀ ଗୁରୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତଙ୍କ ନାମ କିଶୋର ସ୍ୱାଇଁ ବୋଲି ଜଣାପଡିଛି । ଏହାବ୍ୟତିତ କିଶୋର ଢେଙ୍କାନାଳର ବାସିନ୍ଦା ।
ସୁତ୍ରରୁ ପ୍ରକାଶ ଯେ ଗତକାଲି ରାତି ସମୟରେ କୌଣସି କାରଣବଶତଃ ଉକ୍ତ ବିମାନ ବନ୍ଦର ପରିସରରେ ଥିବା ଏକ ନିର୍ମାଣଧିୀନ କୋଠାର ଛାତଟି ଭୁଷୁଡି ପଡିଥିଲା । ବିମାନବନ୍ଦରର ଟର୍ମିନାଲ୍‌-୧ ସହ ଟର୍ମିନାଲ୍ ୨କୁ ସଂଯୋଗ କରୁଥିବା ଉକ୍ତ ନିମାଣଧିୀନ କୋଠାର ପ୍ରାୟ ୧୦ ହଜାର ବର୍ଗଫୁଟର ଛାତ ଭୁଷୁଡିଥିବା ଜଣାପଡିଛି ।

ଏହାବ୍ୟତିତ ଗତକାଲି ରାତିରେ ବିଲ୍ଡିଂରେ କାମ ଚାଲିଥିଲାବେଳେ ଛାତଉପରେ ଢଳେଇ ପଡିବାର କିଛି ସମୟ ପରେ ଅଚାନକ ଏଭଳି ଅଘଟଣ ଘଟିଥିଲା । ଫଳରେ ସେଠାରେ କାର୍ଯ୍ୟରତ ଅନେକ ଶ୍ରମିକ ସାମାନ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ୍‌, ସିଆଇଏସଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ପରେ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଏହି ଘଟଣାର ତଦନ୍ତ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଜୋରଦାର ଛାନ୍ନଭିନ୍ନ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.