Latest Odisha News

BREAKING NEWS

କୂଅ ଭିତରେ ଖସି ପଡ଼ିଲା କାର୍, ୬ ଜଣଙ୍କର ମୃତ୍ୟୁ

ଭୋପାଳ: ଏମିତି ବି ଆସେ ମୃତ୍ୟୁ । କୂଳ ଭିତରେ ଖସି ପଡ଼ିଲା କାର୍ । ଅକାଳରେ ଚାଲିଗଲା ୬ ଜଣଙ୍କର ଅମୂଲ୍ୟ ଜୀବନ । ଆଉ ୩ ଜଣ ଗୁରୁତର ହୋଇଛନ୍ତି । ମଧ୍ୟପ୍ରଦେଶରେ ଏଭଳ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ମଧ୍ୟପ୍ରଦେଶ ଛତରପୁର ଅନ୍ତର୍ଗତ ମହାରାଜପୁରରେ ଘଟିଛି ଏହି ଘଟଣା । ବାହାଘରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ କାରଟି କୂଅ ଭିତରେ ଖସି ପଡ଼ିଥିଲା । ଏହା ଭିତରେ ଥିଲେ ୯ଜଣ ଯାତ୍ରୀ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୩ ଜଣ ।

BjdElectrycity
Leave A Reply

Your email address will not be published.