Latest Odisha News

BREAKING NEWS

କୃଷି ଆଇନ ପ୍ରସଙ୍ଗରେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ ପ୍ରତିନିଧି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବିରୋଧୀ ଦଳଗୁଡ଼ିକର ପ୍ରତିନିଧି । ସଂଧ୍ୟା ୫ଟାରେ କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। କୋଭିଡ କଟକଣା ଯୋଗୁଁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ଜଣଙ୍କୁ ଅନୁମତି ମିଳିଛି ।

ବିରୋଧୀଙ୍କ ମିଳିତ ପ୍ରତିନିଧି ଦଳରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା ଓ ଡିଏମକେ ନେତା ଟିଏସକେ ଏଲାଙ୍ଗୋଭାନ୍ ।
ତାପୂର୍ବରୁ ବିରୋଧୀ ଦଳଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଏହାପରେ ସେମାନେ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ କୃଷି ଆଇନ ପ୍ରସଙ୍ଗେର ଭେଟି ଆଲୋଚନା କରିବେ । ଦାବିପତ୍ର ବି ଦେଇପାରନ୍ତି । କୃଷି ଆଇନକୁ ବିରୋଧ ସହ ନୂଆ ଆଇନକୁ ରଦ୍ଦ ଦାବିରେ ୧୩ଦିନ ହେଲାଣି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଚଳାଇଛନ୍ତି । ପାଞ୍ଚ ପାଞ୍ଚ ଥର କେନ୍ଦ୍ରର ସରକାରଙ୍କ ସହ ଆଲୋଚନା ପରେ ବି ବାହାରି ପାରୁନି ନିଷ୍କର୍ଷ ।

Leave A Reply

Your email address will not be published.