ଭୋପାଳ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଘଟିଛି ଭୟାବହ ଦୁର୍ଘଟଣା । ବସ୍ ଷ୍ଟପ୍ରେ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି ଟ୍ରକ୍। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । ପୋଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି।
ରବିବାର ଟ୍ରକଟି ଦ୍ରୁତ ଗତିରେ ଯାଉଥିବାବେଳେ ହଠାତ ତାହାର ଚକା ଫାଟି ଯାଇଥିଲା । ଫଳରେ ଡ୍ରାଇଭର ଟ୍ରକ ଉପରୁ ନିୟନ୍ତ୍ରଣ ହରାଇ ଥିଲା । ନିକଟରେ ଏକ ବସ୍ ଷ୍ଟପ୍ ଥିଲା ଏବଂ ସେଠାରେ ଅନେକ ଯାତ୍ରୀ ବସକୁ ଅପେକ୍ଷା କରିଥିଲେ । ନିୟନ୍ତ୍ରଣ ହରାଇ ଟ୍ରକଟି ସିଧା ଅପେକ୍ଷାରତ ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଆହତମାନଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖବର ପାଇ ସ୍ଥାନୀୟ ଜିଲ୍ଲାପାଳ ନରେନ୍ଦ୍ର ସୂର୍ଯ୍ୟବଂଶୀ ଏବଂ ଏସପି ପହଞ୍ଚି ଯାଞ୍ଚ କରିଛନ୍ତି ।
Comments are closed.