Latest Odisha News

[ଭିଡିଓ] କମ୍ବଳ ଭିତରୁ ବାହାରିଲା ବିରାଟକାୟ ଚନ୍ଦନ ବୋଡା ସାପ

ବାରିପଦା: ଶୀତଦିନେ ଉଷ୍ମତା ପାଇବା ପାଇଁ ଜୀବଜନ୍ତୁ କିମ୍ବା ସରୀସୃପ ଘରେ ପଶିବାର ସମ୍ଭାବନା ଥାଏ । ଏହି ଧାରାରେ ମୟୁରଭଂଜ ଜିଲ୍ଲା ବାରିପଦାରୁ ସାମ୍ନାକୁ ଆସିଛି ଏକ ଲୋମଟାଙ୍କୁରା ଦୃଶ୍ୟ । ପ୍ରଳୟ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଉଦ୍ଧାର ହୋଇଛି ଏକ ବିରାଟକାୟ ଅଜଗର ସାପ ।

ଉଦ୍ଧାର ସାପଟିର ଲମ୍ବ ୬ ଫୁଟ୍ ଥିବାବେଳେ କମ୍ବଳ ଭିତରେ ସାପଟି ଲୁଚି ରହିଥିବା ଜଣାପଡିଥିଲା । ସାପଟିକୁ ଖଟ ଉପରେ କମ୍ବଳ ଭିତରେ ଦେଖି ପ୍ରଳୟ ପ୍ରଥମେ ଭୟଭୀତ ହୋଇପଡିଥିଲେ । ହେଲେ ପରେ ମନରେ ସାହସ ସଂଚି ସ୍ନେକ୍ ହେଲ୍ପ ଲାଇନ ଟିମକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛାୟତ । ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସରେ ଛଡାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.