Latest Odisha News

BREAKING NEWS

ରାଜ୍ୟରେ କୋହଲା ପାଗ , ପୁଣି ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର :ରାଜ୍ୟରେ କୋହଲା ପାଗ । ପୁଣି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଶୀତ ବଢ଼ୁଥିବା ବେଳେ ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ଦକ୍ଷୀଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ଲଘୁଚାପର ରୂପ ନେଇଛି  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରୀ ଘନିଭୂତ ହୋଇ ଅବପାତର ରୂପ ନେବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ତାମିଲନାଡୁ ଉପକୂଳ ସ୍ଥଳଭାଗ ଛୁଇଁବ ବୋଲି ଜଣାପଡ଼ିଛି।

ଫଳରେ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଜଣାପଡ଼ିଛି।ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ଶୀତ ବଢ଼ିବ।ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲା ପାଗ ରହିବ । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଶୀତର ପରିମାଣ ବୃଦ୍ଧି ପାଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନ ଅପେକ୍ଷା ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛିା

Leave A Reply

Your email address will not be published.