ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପୋଲିସକୁ ସଫଳତା । ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ ହାର୍ଡକୋର ମାଓବାଦୀ । ଏମାନେ ସମସ୍ତେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବୋଲି ଜଣାପଡିଛି । ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ଡିସିଏମ ଚିକୁଡୁ ଚିନ୍ନା ରାଓ ଓରଫ ସୁଧିର ଏବଂ ଏ.ସି.ଏମ ଭନଥଲା ବେଣୁ ଓରଫ ସାଲୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରୁ ହୋଇଥିବା ବେଳେ, ମାଡକାମ ସମିଦି, ମାଡକାମ ମଙ୍ଗଳୁ ଓ ସୋଡି ଭିମା ଛତିଶଗଡ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି ।
ମାଲକାନଗିରି ଜିଲ୍ଲା କାଲିମେଳା ଏରିଆ କମିଟି ମେମ୍ବର ରିଙ୍କି ମଧ୍ୟ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏକାଧିକ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବା ପରେ ରାସ୍ତାଘାଟ ସହ ସରକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚିବାରେ ଲାଗିଛି । ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକ ମାଓବାଦୀଙ୍କୁ ସମର୍ଥନ କରୁନଥିବା ବେଳେ ସୁରକ୍ଷା କର୍ମୀଙ୍କ କବଳରୁ ବର୍ତ୍ତିବା ମାଓବାଦୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଜୀବନ ବଞ୍ଚାଇବା ଲାଗି ଏମାନେ ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କହିଛନ୍ତି ଆନ୍ଧ୍ର ଡିଜିପି ।
Comments are closed.