ଭୁବନେଶ୍ୱର: ଶୀତରେ ଥରୁଛି ସୋନପୁର ଓ ଦାରିଙ୍ଗିବାଡ଼ି । ଏଠାରେ ଲଗାତାର ଭାବରେ ଖସୁଛି ପାରଦ । ବଢୁଛି ଥଣ୍ଡା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁଠୁ ଶୀତଳ ସହର ହୋଇଛି ସୋନପୁର । ସେଠାରେ ସର୍ବନିମ୍ନ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ସୋନପୁରକୁ ମିଶାଇ ରାଜ୍ୟରେ ୯ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ଏହା ଭିତରେ ୬ଟି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀରୁ କମ୍ ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଅନୁଗୋଳରେ ୧୧ ଫୁଲବାଣୀରେ ୧୦, କୋରାପୁଟରେ ୧୧.୨ ଓ ଭବାନୀପାଟଣାରେ ୧୧.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି ।
#ସୋନପୁର ୯.୪°C #ଦାରିଙ୍ଗବାଡି ୯.୫°C #ଫୁଲବାଣୀ ୧୦.୦°C #ଅନୁଗୁଳ ୧୧.୦°C #କୋରାପୁଟ ୧୧.୨°C #ଭବାନୀପାଟଣା ୧୧.୪°C #ଝାରସୁଗୁଡା ୧୩.୪°C #ତାଳଚେର ୧୩.୫°C #କେନ୍ଦୁଝର ୧୪.୪°C , #ବଲାଙ୍ଗୀର ୧୪.୦°C #ମାଲକାନଗିରି ୧୪.୫°C#ଭୁବନେଶ୍ୱର ରେ ୧୬.୩°C ଏବଂ #କଟକ ରେ ୧୬.୦ #ତାପମାତ୍ରା ରେକର୍ଡ ହୋଇଛି | pic.twitter.com/y1kCqIABxF
— Meteorological Centre, Bhubaneswar (@mcbbsr) November 9, 2020
ସେହିପରି ଝାରସୁଗୁଡ଼ାରେ ୧୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ ହୋଇଥିବା ବେଳେ ତାଳଚେରରେ ୧୩.୫, ବଲାଙ୍ଗିରରେ ୧୪, କେନ୍ଦୁଝରରେ ୧୪.୪, ଓ ମାଲକାନଗିରିରେ ସର୍ବନିମ୍ନ ୧୪.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।
ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅନୁଭୂତ ହେଲାଣି ଶୀତ । ଆଗାମୀ ଦିନେ ଦୁଇ ଦିନ ଭିତରେ ଥଣ୍ଡା ବଢ଼ିବ । ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୩୨.୫ ଡିଗ୍ରୀ ସେଲସିୟସ ତାମପାତ୍ରା ରେକର୍ଡ କରାଯାଇଛି ।
Comments are closed.