Latest Odisha News

BREAKING NEWS

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ଦୁଇ ଦିନିଆ ମାଲଦ୍ୱୀପ ଗସ୍ତ; ଅର୍ଥନୈତିକ ସଂସ୍କାର ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି ଦୁଇ ଦିନିଆ ମାଲଦ୍ୱୀପ ଗସ୍ତରେ ଯାଇଛନ୍ତି। ଏହି ସମୟ ମଧ୍ୟରେ ସେ କରୋନା ଭୁତାଣୁର ସ୍ଥିତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା କରିବେ। ଏହା ସହିତ ମାଲଦ୍ୱୀପରେ ଅର୍ଥନୈତିକ ପୁନରୁଦ୍ଧାରରେ ଭାରତୀୟ ସହାୟତା ଉପରେ ମଧ୍ୟ ଆଲୋଚନା କରାଯିବ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଟ୍ୱିଟ୍ କରି କୁହାଯାଇଛି ଯେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସହଭାଗିତାକୁ ଆହୁରି ବଢାଇଇବା ପାଇଁ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମାଲଦ୍ୱୀପରେ ପହଞ୍ଚିଛନ୍ତି। ସେ ମାଲଦ୍ୱୀପ ସରକାର, ପ୍ରମୁଖ ମନ୍ତ୍ରୀ ତଥା ଜାତୀୟ ନେତୃତ୍ୱ ଏବଂ ସମାଜର ସମସ୍ତ ବର୍ଗଙ୍କ ସହ ଯୋଗାଯୋଗ କରିବେ ଏବଂ ଭାରତ-ମାଲଦ୍ୱୀପ ସମ୍ପର୍କକୁ ମଜବୁତ କରିବେ।

ଏ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମାଲଦ୍ୱୀପ ଯିବେ ଏବଂ କୋଭିଡ -୧୯ ଦ୍ୱାରା ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଉଚ୍ଚ ସ୍ତରୀୟ ବ୍ୟକ୍ତିଗତ ଆଲୋଚନା ହେବ। ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମାଲଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କୁ ଭେଟିବେ ଏହାସହିତ ଦେଶର ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ଅର୍ଥ, ଅର୍ଥନୈତିକ ସଂସ୍କାର, ଯୋଜନା, ପର୍ଯ୍ୟଟନ ଏବଂ ଯୁବ ଓ କ୍ରୀଡ଼ା ମନ୍ତ୍ରୀମାନଙ୍କୁ ମଧ୍ୟ ସାକ୍ଷ‌ାତ କରିବେ।

Leave A Reply

Your email address will not be published.