ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା। କୁମ୍ଭାରପଡା ଥାନା ପୋଲିସ ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଯେଉଁ ଘଟଣାରେ ୬ ଜଣଙ୍କୁ ଧରାଯାଇଛି।
ସୂଚନା ଅନୁଯାୟୀ ଗତକାଲି ରାତି ୧୧ଟା ୩୦ ମିନିଟରେ କୁମ୍ଭାରପଡା ଥାନା ପୋଲିସ ନରେନ୍ଦ୍ରକୋଣ ସ୍ଥିତ ଦେବୀଘାଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ହେଲେ ପ୍ରାୟ ୯ ଜଣ ଡକାୟତ ମେଡିକାଲ ଛକରେ ଥିବା ପିଏନବିର ଏଟିଏମକୁ ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ କୁମ୍ଭାରପଡା ଥାନା ପୋଲିସ ସେହି ଜାଗାରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣ ଫେରାର୍ ହୋଇଯାଇଥିଲେ।
ଗିରଫ୍ ଲୁଟେରାଙ୍କ ନିକଟରୁ ଦୁଇଟି ଜୀବନ୍ତ ଵୋମା, ଦୁଇଟି ଖଣ୍ଡା, ଦୁଇଟି ଲୁହା ରଡ୍ ଓ ଗୋଟିଏ ଟର୍ଚ୍ଚ ଜବତ କରିଛି ପୋଲିସ। ଗିରଫ୍ ୬ ଡକାୟତଙ୍କ ବିରୁଦ୍ଧରେ କେସ୍ ନମ୍ବର ୩୫/୨୦୨୧, ୩୯୯, ୪୦୨ ଆଇପିସି ଓ ୨୫ ଆର୍ମ ଆକ୍ଟ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
Comments are closed.