Latest Odisha News

BREAKING NEWS

ଓଡିଶା ସୀମାନ୍ତରେ ମାଓବାଦୀ ଯବାନ ଗୁଳି ବିନିମୟ:ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା କ୍ୟାଡର ମାଓବାଦୀ ନିହତ, ବନ୍ଧୁକ ସହ ଗୋଳାବାରୁଦ ଜବତ

ମାଲକାନଗିରି:ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦାନ୍ତେଓ୍ୱାଡା ଜିଲ୍ଲା କଟେକଲ୍ୟାଣ ଥାନା ଅଞ୍ଚଳରେ ମାଓବାଦୀ ଯବାନଙ୍କ ମଧ୍ୟରେ ଗୁଳି ବିନମୟ ଘଟିଛି । ଏଥିରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ପୁଲିସ ସୂଚନା ଦେଇଛି । ଏହି ଅଞ୍ଚଳରୁ ବିପୁଳ ପରିମାଣର ଗୋଳା ବାରୁଦ ସହ ବନ୍ଧୁକ ଜବତ କରାଯାଇଛି ।

କଟେକଲ୍ୟାଣ ଥାନା ଅଞ୍ଚଳରେ ଥିବା ସୁରନା ଏବଂ ଟେଲମ ଅଞ୍ଚଳରେ ମାଓ ଶିବିର ସୂଚନା ମିଳିବା ପରେ ଡିଆରଡି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା । ମାଓବାଦୀମାନେ ପ୍ରଥମେ ଗୁଳ ଚଳାଇବାପରେ ପୁଲିସ ଗୁଳି ଚଳାଇଥିବା ସୂଚନା ଦେଇଛି ।

ଏହାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ କେତେଜଣ ମୃତାହତ ହୋଇଛନ୍ତି ତାହାର ସଠିକ୍‌ ସୂଚନା ମିଳିନାହିଁ । ମୃତ ମାଓବାଦୀଙ୍କ ନାମ ମାଚିକା ମାସା ବୋଲି ଜଣାପଡିଛି । ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାମ କରୁଥିବା ଜଣାପଡିଛି । ପୋଲିସ ପକ୍ଷରୁ ଏବେ ସର୍ଚ୍ଚ ଅଫରେସନ୍‌ ଜାରି ରହିଛି ।

Leave A Reply

Your email address will not be published.