Latest Odisha News

BREAKING NEWS

ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୬୨ ଷ୍ଟିଲ ଚାମଚ

ମୁଜାଫରନଗର: ମୁଜାଫରନଗରରେ ଏବେ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ଏଠାରେ ଡାକ୍ତରଖାନାରେ ଯନ୍ତ୍ରଣା ପାଇଁ ଚିକତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ ଷ୍ଟିଲ ଚାମଚ ବାହାରିଛି । ଅପରେଶନ ପରେ ଯୁବକଙ୍କ ଅବସ୍ଥା ଉଦବେଗଜନକ ରହିଛି । ରିପୋର୍ଟ ମୁତାବକ ମନ୍ସରପୁରର ବୋପାଡା ଗ୍ରାମର ୩୨ ବର୍ଷୀୟ ବିଜୟ ଚୌହ୍ୱାନ ପ୍ରବଳ ମାତ୍ରାରେ ନିଶା ସେବନ କରୁଥିଲେ । ଏହାକୁ ଛଡାଇବା ପାଇଁ ନିକଟସ୍ଥ ନିଶା ମୁକ୍ତି କେନ୍ଦ୍ରରେ ତାଙ୍କୁ ଭର୍ତି କରାଯାଇଥିଲା । ସେଠାରୁ ସେ ଫେରିବା ପରେ ତାଙ୍କ ପେଟରେ ବାରମ୍ବାର ଯନ୍ତ୍ରଣା ଅନୁଭବ ହେଉଥିଲା । ଶେଷରେ ତାଙ୍କୁ ଇଭାନ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ରାକେଶ ଖୁରାନ ବିଭିନ୍ନ ପ୍ରକାରର ସ୍କାନପରେ ତାଙ୍କ ପେଟ ଅପରେଶନ କରିଥିଲେ ।

ଚାମଚ ଗିଳିଥିବା କଥା ବିଜୟ କହିଥିଲେ ମଧ୍ୟ ଡାକ୍ତରଙ୍କୁ ବିଶ୍ୱାସ ଆସି ନ ଥିଲା । ସେ ତାଙ୍କ ସାମ୍ନାରେ ଗୋଟିଏ ଚାମଚ ଗିଳିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବିଜୟଙ୍କ ଭଣଜା ଅଖିଳ ଚୌଧୁରୀଙ୍କ କହିବା ଅନୁସାରେ ନିଶାମୁକ୍ତି କେନ୍ଦ୍ରରେ ତାଙ୍କ ମାମୁଁଙ୍କୁ ଜୋର ଜବରଦସ୍ତ ଚାମଚ ଖାଇବାକୁ କୁହା ଯାଉଥିଲା । ଏହା କଣ ପାଇଁ ସେମାନେ କରୁଥିଲେ ତାର ତଦନ୍ତ ହେବା ଆବଶ୍ୟକ ।

Leave A Reply

Your email address will not be published.