Latest Odisha News

BREAKING NEWS

ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଆପର ରକ୍ତଦାନ ଶିବିର

ଭୁବନେଶ୍ୱର : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସରରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର ଉଦଘାଟନ କରି ରକ୍ତଦାନ କରିଥିଲେ ।  ଡେଙ୍ଗୁ ପାଇଁ ରାଜଧାନୀରେ ପ୍ଲାଟଲେଟର ଅଭାବ ଥିଲାବେଳେ, ଆଜିର ଏହି ରକ୍ତଦାନ ଶିବିର ଜନ ସାଧାରଣଙ୍କୁ ସାହାଯ୍ୟ କରିବ ବୋଲି ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର  କହିଥିଲେ । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ସୂଚନାଯୋଗ୍ୟ, ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆଜି ରକ୍ତଦାନ ଶିବିରର ଆୟୋଜନ କରାଯାଇଅଛି । ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Leave A Reply

Your email address will not be published.