Latest Odisha News

ମାଲକାନଗିରିରେ ଭୁମିକମ୍ପ ଝଟକା

ମାଲକାନଗିରି: ମାଲକାନଗିରିରେ ଶନିବାର ଦିନ ସକାଳେ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ମପା ଯାଇଥିଲା ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଭୁମିକମ୍ପ ପ୍ରାୟ ୨ ସେକେଣ୍ଡ ଯାଏଁ ଭୁମିକମ୍ପ ଝଟକା ମଧ୍ୟ ଅନୁଭୂତ ହୋଇଥିବା ବେଳେ ଛତିଶଗଡର ସୁକମାରେ ମଧ୍ୟ ଏହାର ପ୍ରଭାବ ପଡିଥିଲା । ଯାହାଫଳରେ ଜନସାଧାରଣ ମାନେ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ ।

ତେବେ ଭୁମିକମ୍ପର ତୀବ୍ରତା ଉପରେ ଏଯାବତ୍ ଆଧିକାରିକ ଭାବେ କୌଣସି ସ୍ପଷ୍ଟ ହୋଇନଥିବା କହିଛନ୍ତି ସୁକମା ଜିଲ୍ଲାପାଳ ଚନ୍ଦନ କୁମାର।

Leave A Reply

Your email address will not be published.